ବାତ୍ୟା ‘ଦାନା’: ଆରମ୍ଭ ହୋଇଗଲାଣି ପ୍ରଭାବ, ଭାଙ୍ଗିଲା ବଡ଼ ବଡ଼ ଗଛ


ପୁରୀ: ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇଗଲାଣି । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବନର ବେଗ ଧିରେ ଧିର ବଢୁଥିବା ବେଳେ ବଡ଼ ବଡ଼ ଗଛ ଲୋଟିପଡୁଛନ୍ତି । ବିଶେଷ କରି ଅସ୍ତରଙ୍ଗ ଅଞ୍ଚଳରେ ପବନର ବେଗ ଭଢ଼ିବା ସହ ଗଛ ଭାଙ୍ଗିଛି । ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ଏମିତି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଲ୍ୟାଣ୍ଡଫଲ ପରେ କ’ଣ ହେବ ତାକୁ ନେଇ ଅଞ୍ଚଳବାସୀ ଭୟଭିତ ହୋଇପଡ଼ିଛିନ୍ତି ।

ବାତ୍ୟା ‘ଦାନା’ର ପ୍ରଭାବ ପୁରୀ ଜିଲ୍ଲା କୋଣାର୍କ, କାକଟପୁର ଓ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ବିରାଟକାୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଉଛି ।

ତେବେ ଅସ୍ତରଙ୍ଗ ଅଞ୍ଚଳର ଅନେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଆନୁସଙ୍ଗିକ ସରଞ୍ଜାମ ନଥିବା ଅଭଯୋଗ ହେଉଛି । ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳି ପୁରୀ ଏସପି ପରିଦର୍ଶନ କରୁଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଲୋକୀକରଣ ନଥିବା ଦେଖିଥିଲେ । ଅସ୍ତରଙ୍ଗ ବ୍ଲକରେ ଓଡ୍ରାଫ ଟିମ ପହଁଚି ସାରିଛନ୍ତି । ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି ।