Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜନଗର ଯାଇ ବାତ୍ୟା ବିପନ୍ନଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାର ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବିଶେଷ କରି ରାଜନଗର ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବହୁ ଘରଦ୍ୱାର ଭାଙ୍ଗି ଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟା ଦେଇ ଗତିକରୁଛନ୍ତି । ଏମିତି ସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବାକୁ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜନଗର ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବାତ୍ୟା ପ୍ରଭାବରେ ରାଜନଗର ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ବୈଜୟନ୍ତ ପଣ୍ଡା ।  ରାଜନଗରରେ ଅନେକ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କୀତ ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ବି ପୋଷ୍ଟ କରିଛନ୍ତି । ବାତ୍ୟା ‘ଦାନା’ ଯୋଗୁଁ ରାଜନଗର ବ୍ଲକ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମିରେ ପାଣି ପଶିବା ସହ ଧାନ ସମେତ ପନିପରିବା ଚାଷ ଉଜୁଡ଼ି ଯାଇଛି । ଏଥିସହ ଗାଁରେ ଥିବା ଚାଳ ଛପର ଘରର ଛପର ଉଡ଼ି ଯାଇଛି । ବହୁ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଡ ଧରାଶାୟୀ ହୋଇଛି । ଫଳରେ ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।