ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ


ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ହାଇସ୍କୁଲ ରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ତ୍ରୀ ଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି । ପ୍ରଶିକ୍ଷଣ ଶିବିରର ପ୍ରଥମ ଦିବସରେ ଭିକମପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଭିକମପାଲି ସାଧନା କେନ୍ଦ୍ର ସଂଯୋଜକ ମନୋହର କୁମାର ସ୍ୱାଗତ ଭାଷଣ ପ୍ରଦାନ ସହ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ୪୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରଶିକ୍ଷକ ପ୍ୟାରି ପଧାନ,ସର୍ବେଶ୍ୱର ପଧାନ ସୁରେନ୍ଦ୍ର ସାଗର ଏବଂ ଅଶୋକ ସାହୁ ତିନିଦିନ ଧରି ପ୍ରଶିକ୍ଷଣ ଦେଇଥିଲେ । ଅନ୍ତିମ ଦିବସ ଅର୍ଥାତ ଆଜି ଭିକମପାଲି ହାଇସ୍କୁଲର ସହକାରୀ ଶିକ୍ଷକ ନବୀନ କୁମାର ସା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ ଶିବ କାଲୋ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଶିକ୍ଷଣ ଶିବିରର ସମାପ୍ତି ଘୋଷଣା କରିଥିଲେ ।