ପିଏମ ଆବାସ ଯୋଜନାରେ ମୟୂରଭଞ୍ଜ ପଛରେ, ୮୪୩ ଅଧିକାରୀଙ୍କ ଦରମା ବନ୍ଦ


ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଛରେ ପଡ଼ିଛି ମୟୂରଭଞ୍ଜ ଜିଲ୍ଲା । ଆୟତନରେ ବଡ଼ ହେଲେ ବି ତାଲିକାରେ ରହିଛି ପଛରେ । ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳ। ଏକାଥରକେ ୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ହେମକାନ୍ତ ସୟ ।

ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ ଘରଟିଏ ନ ପାଇ ନିରାଶ ହୋଇ ଯାଇଛନ୍ତି ରହିଛନ୍ତି । ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ଜିଲ୍ଲାପାଳ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନୀରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ଯାହା ପାଇଁ ଏହି ଦରମା ବନ୍ଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ଏନେଇ ସବୁ ବ୍ଲକର ବିଡିଓଙ୍କୁ ଚିଠି ହୋଇଛି ।

ଦରମା ବନ୍ଦ ଥିବା ଅଧିକାରୀଙ୍କ ମଧ୍ୟରେ ଜେଇ, ସହକାରୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ପିଇଓ, ଏଡିଓ, କମ୍ପ୍ୟୁଟର ଅପରେଟର ପ୍ରମୁଖ ସାମିଲ ଅଛନ୍ତି । ଆଗକୁ ଦୀପାବଳି ଥିବା ବେଳେ ଅନେକ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି ।

ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ମାତ୍ର ଏ ପର୍ଯ୍ୟନ୍ତ ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ କାମ ପଛରେ ଅଛି । ସୂଚନାଯୋଗ୍ୟ, ଗତ ଆର୍ଥିକବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ମାତ୍ର ଏ ପର୍ଯ୍ୟନ୍ତ ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ କାମ ପଛରେ ଅଛି । ଏହାକୁ ନେଇ ଖପ୍ପା ହୋଇଛନ୍ତି ନୂଆ ଜିଲ୍ଲାପାଳ ।