Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଦୀପାବଳି: ଗାଁଠୁ ସହର ଉତ୍ସବ ମୁଖରେ, ରାତିରେ ଫୁଟିବ ବାଣ

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ ସହ ସୁଖ, ସମୃଦ୍ଧି ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି ।
ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ଘରକୁ ଆଲୋକମାଳାରେ ସଜାଇଛନ୍ତି ଲୋକେ ।
ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା’ କାଳୀଙ୍କ ପୂଜା । ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି ।
ଆଲୋକର ପର୍ବ ଦୀପାବଳିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନ୍ଧକାର ଦୂର ହୋଇ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଛୁରିତ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଦୀପାବଳି ସନ୍ଧ୍ୟାକୁ ବାଣ ଫୁଟାଇ ମନାଇବାକୁ ପିଲାଠୁ ବୟସ୍କମାନେ ପ୍ରସ୍ତୁତିରେ ଲାଗିଛନ୍ତି । ବିଭିନ୍ନ ବାଣ ଦୋକାନରୁ ମନ ପସନ୍ଦର ବାଣ କିଣି ନେଉଛନ୍ତି ଲୋକେ ।