Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିମିଳିପାଳ ଆଓିଥିବା ବାଘୁଣୀ ଯମୁନା ଶିକାର କଲା ବାରହା

ବାରିପଦା: ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ‘ଯମୁନା’ । ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଏହି ସୂଚନା ଦେଇଛନ୍ତି ।
ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା । ଏବେ ଯମୁନା ସୁସ୍ଥ ଓ ଶାନ୍ତ ଥିବା ବନ ବିଭାଗ ସୂଚନା ଦେଇଛି । ଏନକ୍ଲୋଜର ଭିତରେ ସିସିଟିଭି ଲଗାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି ।
ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା । ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା ।