Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣିଗାରେଡି ସନ୍ଦେହ, ନାବାଳକଙ୍କୁ ଉଠାଇ ନେଇ ଆଙ୍ଗୁଳି କାଟଇ ଦେଲେ

କୋରାପୁଟ: ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଜଣେ ନାବାଳକଙ୍କୁ ଅପହରଣ । ମୁର୍ମୁଷ ଅବସ୍ଥାରେ ନିକଟସ୍ଥ ନାଳରୁ ଉଦ୍ଧାର । ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଲେଞ୍ଚି ପଟ ଗାଁରେ । ଗୁଣିଗାରେଡି ସନ୍ଦେହରେ ନାବାଳକ ଜଣଙ୍କୁ ଅପହରଣ କରି ତାଙ୍କ ଆଙ୍ଗୁଳି କାଟି ଦେଇଥିବା ପରିବାର ଲୋକେ ଅଭିଯୋଗ କରାଯାଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ।
ଲେଞ୍ଜିପୁଟ ଗ୍ରାମର ପର୍ଶୁରାମ ହନ୍ତାଳଙ୍କ ୮ ବର୍ଷର ପୁଅ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ନିକଟରେ ଖେଳୁଥିଲା। ସନ୍ଧ୍ୟା ପ୍ରାୟ ୬ ସମୟରେ ଘର ନିକଟରେ ଥିବା ନାଳ ନିକଟରେ ନାବାଳକଟି ପଡ଼ି ମାଆ ମାଆ ଡାକୁଥିବା ପରିବାର ଲୋକେ ପିଲାଟିର ଚିତ୍କାର ଶୁଣିଥିଲେ। ତୁରନ୍ତ ପିଲାଟିକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପିଲାଟିର ବାମ ହାତର କାଣି ଆଙ୍ଗୁଠିର ଅଗ୍ରଭାଗ କଟା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ପୁଅ ଏପରି କିଏ କଲା, ପରିବାର ଲୋକେ ସମସ୍ତଙ୍କୁ ପଚରାଉଚରା କରିଥିଲେ। ହେଲେ କେହି କିଛି ଜାଣିନଥିବା କହିଥିଲେ। ପରେ ଘର ପାଖରେ ବାଉଁଶ ବୁଦା ନିକଟରେ ଏକ ପଥର ଉପରେ ରକ୍ତ, ଫୁଲ ଓ ହଳଦି ଆଦି ପଡିଥିବା ଦେଖିବାକୁ ପାଇଥିଲେ।
ପରିବାର ଲୋକେ ଘଟଣା ସଂପର୍କରେ ନନ୍ଦପୁର ଥାନାରେ ଜଣାଇଥିଲେ। ବୁଧବାର ସକାଳେ ଗାଁ ନିକଟ ପିଣ୍ଡିରୁ ପିଲାଟିର କଟା ଆଙ୍ଗୁଳି ଗ୍ରାମବାସୀ ପାଇଥିଲେ। ଏନେଇ ପିଲାଟିର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପିଲାଟିର ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ କରୁଛି।
ପିଲାଟିର ପରିବାର ଲୋକେ କହିଛନ୍ତି, ପୁଅ ତାର ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ତାକୁ ୪ଜଣ ଆସି ବାଉଁଶ ବୁଦା ମୂଳକକୁ ଟେକି ନେଇଥିଲେ। ସେଠାରେ ତାର ଆଙ୍ଗୁଳି କାଟି ଦେଇଥିଲେ। ପୁଅ ଚିତ୍କାର କରିବାରୁ ସେମାନେ ସେଠାରୁ ଛାଡ଼ି ଚମ୍ପଟ ମାରିଥିଲେ ବୋଲି ପୁଅ ଆମ ପାଖରେ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ