ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏକ ନମ୍ବରର ଭୂତଳ ମାର୍କେଟରେ ଗତକାଲି ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବାହାନୀ ପହଞ୍ଚିଥିଲା । ତେବେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା । ଘଣ୍ଟାଧିକ କାଳ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ, ୟୁନିଟ-୧ ଓ ୟୁନିଟ-୨ ମାର୍କେଟକୁ ସଂଯୋଗ କରୁଥିବା ଭୂତଳ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା । ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ। ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତା’ ପରେ ଅଗ୍ନିଶମ କର୍ମଚାରୀ ଭିତରେ ପଶିଥିଲେ। ସେମାନେ ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।