Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭିନ୍ନକ୍ଷମ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଯୁବକ

ସୁନ୍ଦରଗଡ଼: ଭିନ୍ନକ୍ଷମ ଯୁବକଙ୍କୁ ଆକ୍ରମଣ । ବଜାରରେ ଗୋଡାଇ ଗୋଡାଇ ପିଟିଲେ ଅନ୍ୟ ଜଣେ ଯୁବକ । ଭିନ୍ନକ୍ଷମ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପରିବା ମାର୍କେଟ ନିକଟରେ ।

ଗତକାଲି ରାତିରେ ଭିନ୍ନକ୍ଷମ ଯୁବକ ଜଣକ ତାଙ୍କ ପରିବାର ସହିତ ଦୋକାନ ପିଣ୍ଡିରେ ଶୋଇଥିଲେ । ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଆଶବାଡ଼ିରେ ଆକ୍ରମଣ କରିଥିଲା । ଏପରିକି ବଜାରରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏଥିସହ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ କେଉଁ କାରଣ ପାଇଁ ଯୁବକ ଜଣଙ୍କ ଭିନ୍ନକ୍ଷକ ଯୁବକଙ୍କୁ ଆକ୍ରମଣ କଲେ ତାର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।