Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଗା ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣାରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ: ଜଗା ଦର୍ଶନ ନୋହିଲା । ବାଟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ । ଅଟୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଏନଏଚ-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ କୟଥ ପଲା ଗାଁର ୭ ଜଣ ହବିଷ୍ୟାଳି ଏକ ଅଟୋରେ ଜାଗା ଦର୍ଶନ ପାଇଁ ପୁରୀ ଯାଉଥିଲେ । ଏନଏଚ-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏକ ଟ୍ରକ୍ ଆସି ଅଟୋକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି ।

ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଛି । ପୋଲିସ ଘଟଣାର ତଦନ୍ତ କରୁଛି ।