Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହାଟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ପରିବା ବଜାର

ପୁରୀ: ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନିପରିବା । ବସ୍ତା ବସ୍ତା ଆଳୁ, ବାଇଗଣ, ସାରୁ, କଲରା, ଭେଣ୍ଡି, ପିଆଜ ଓ ରସୁଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । 

ଗତରାତିରେ ବ୍ୟବସାୟୀମାନେ ବ୍ୟବସାୟ ସାରିବା ପରେ ଘରକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ପରିବା ହାଟରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କେହି ଦୁର୍ବୃତ୍ତ ପରିବା ହାଟରେ ନିଆଁ ଲଗାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।