Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର କର୍ମଶାଳ ଆୟୋଜିତ ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ସେମିନାର ହଲ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ବିହାଗର ପୁରାତନ ଛାତ୍ର ସଂସଦ ଏଵଂ ଗଣପତି ସାବତ ଫାଉଣ୍ଡେସନ ମିଳିତ ରେ ଏକ କର୍ମଶାଳା ଆୟୋଜିତ ସମ୍ମିଳନୀ ଆବାହକ ଡଃ ସରିତା ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଏହାର ଉଦଘାଟନ କରି ଆୟୋଜିତ ସମ୍ମିଳନୀ କୁ ଉଚ୍ଚ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଭାବେ ଫକିର ମୋହନ ବିଶ୍ଵିଦ୍ୟାଳୟ ର ପୂର୍ବତନ କୁଳପତି ତଥା ଏହି ବିଭାଗ ର ପୁରାତନ ଛାତ୍ର ପ୍ରଫେସର୍ ଶିବ ପ୍ରସାଦ ଅଧିକାରୀ, ଦିଲ୍ଲୀ ସ୍ଥିତ ଏନ୍ ସି ଟି ର ପୂର୍ବତନ ବରିଷ୍ଟ ବୈଜ୍ଞାନିକ ତଥା ପରିବେଶବିତ୍ ଡ଼ଃ ବିନୋଦ ଚନ୍ଦ୍ର ସାବତ,ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ ଶୀର୍ଷକ ପୃଥିବୀ ପାଇଁ ଉଦ୍ଭିଦ ର ଭୂମିକା ଉପରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରଫେସର୍ ଶିବ ପ୍ରସାଦ ଅଧିକାରୀ ଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ବିଭାଗ ପକ୍ଷରୁ ଏକ ପୁସ୍ତିକା ଉନ୍ମୋଚନ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଏଥିରେ ବିଭାଗର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ମଳୟ କୁମାର ମିଶ୍ର,ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ଜେନା,ଡ଼ଃ, ବିଶ୍ଵ ରଞ୍ଜନ ମେହେର,ଅଧ୍ୟାପିକା ଡ଼ଃ ଏ. ଲିଲା ବେଣୀ,ଡ଼ଃ ପଦ୍ମ ଲୋଚନ ହେମ୍ରମ ଙ୍କ ସମେତ ଛାତ୍ର ଛାତ୍ରୀ ଗବେଷକ ଉପସ୍ଥିତ ଥିଲେ।