Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

କନ୍ଧମାଳ: ବିଲ୍ ପାସ କରାଇ ଦେବାକୁ ଠିକାଦାରଙ୍କ ପାଖରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଜେଇ । ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଲା । ଏମିତି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀଙ୍କ ସାଙ୍ଗରେ । ଭିଜିଲାନ୍ସ ତାଙ୍କ ପାଖରୁ ରସାୟନ ବୋଲା ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି ।

ଏକ ବିଲ୍‌ ପାସ କରିବା ପାଇଁ ଅଶୋକ ଠିକାଦାରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ଠିକାଦର ଜଣଙ୍କ ଏନେଇ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ । ଆଜି ସକାଳେ ଜେଇ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଥିଲେ । ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ କରିଛି । ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ