ଜୁନୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ: ଠେଙ୍ଗା ଓ ଲୁହା ରଡ଼ରେ ପିଟି କଲେ ଲହୁଲୁହାଣ


କେନ୍ଦୁଝର: ରାଗିଂ ନାଁରେ ଜରେ ଜୁନିୟର ଛାତ୍ରଙ୍କୁ ଠେଙ୍ଗା ଓ ଲୁହା ରଡ଼ରେ ପିଟି ପିଟି ଲହୁଲୁହାଣ କଲେ ସିନୟର । କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ଘଟିଛି ଘଟଣା । ଗୁରୁତର ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୀଡ଼ିତ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ ବେହେରା ବୋଲି ଜଣାଯାଇଛି । ତାଙ୍କୁ ୫ ଜଣ ସିନିୟର ଛାତ୍ର ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ବିଶ୍ଵଜିତଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ୩୦ ସମୟରେ ତୃତୀୟ ବର୍ଷର ୫ ଜଣ ଛାତ୍ର କବାଟ ବାଡ଼େଇ ଥିଲେ। କବାଟ ନ ଖୋଲିବାରୁ ସେମାନେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ସେମାନେ ବିଶ୍ୱଜିତଙ୍କୁ ରଡ଼ ଓ ଠେଙ୍ଗାରେ ପ୍ରବଳ ମାଡ଼ ମାରିଥିଲେ । ଛାଡ଼ି ଦେବାକୁ ବିଶ୍ୱଜିତ ଗୁହାରି ହେଉଥିଲେ ବି ସେମାନେ ଶୁଣି ନଥିଲେ ।

ଖବର ପାଇ ହଷ୍ଟେଲ ୱାର୍ଡନ ଘଟଣାସ୍ଥଳରେ ପହଞ୍ଚି ସିନିୟର ପିଲାଙ୍କୁ ସେଠାରୁ ତଡ଼ିବା ସହ ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଶ୍ଵଜିତଙ୍କ ହାତଗୋଡ ଓ ପିଠିରେ ଭୀଷଣ ଆଘାତ ଲାଗିଛି ।

ପରିବାର ଲୋକ ମେଡ଼ିକାଲରେ ପହଞ୍ଚି ପୁଅର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଫଳରେ ଅନ୍ୟ କାହାରି ପୁଅ ଏପରି ନିର୍ଯାତନାର ଶିକାର ହେବନି ବୋଲି ବିଶ୍ଵଜିତଙ୍କ ବାପା ପୋଲିସକୁ ଅନୁରୋଧ କରିଛନ୍ତି । କଲେଜ ପ୍ରିନ୍ସିପାଲ ଖବର ପାଇ ମେଡ଼ିକାଲରେ ପହଞ୍ଚି ବିଶ୍ଵଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଆଜି ଏନେଇ ସେ କଲେଜ ଆଣ୍ଟି ରାଗିଂ ସେଲ୍‌ ମିଟିଂ ଡାକିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.