ତରଭା ଶ୍ରୀ ଶ୍ରୀ ଦୁର୍ଗା ମାତା ମନ୍ଦିରର ବାର୍ଷିକୋତ୍ସବ


ତରଭା,୨୮/୪ ତରଭା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ମା ଦୁର୍ଗାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ମହୋତ୍ସବ ମନ୍ଦିର ପୂଜକ ଜନାର୍ଦ୍ଦନ ଥନାପତି, ମନ୍ଦିର ପରିଚାଳନା କମିଟି  ସଭାପତି ସନ୍ତୋଷ ସାହୁ,କମିଟି ସଦସ୍ୟ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ମହାଡମ୍ବର ସହ ପାଳିତ ହୋଇଯାଇଛି I ଗୁରୁବାର ସନ୍ଧ୍ୟାରେ ମହୋତ୍ସବ ପାଳନ ନେଇ କର୍ତ୍ତା ଓ ମହିଳା ଭକ୍ତ ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସହର ପରିକ୍ରମା ପରେ ପୂର୍ଣ୍ଣ କଳସ ମା ଙ୍କ ପୂଜାସ୍ଥଳୀରେ ସ୍ଥାପନ କରାଯାଇ ଥିଲା  I ଶୁକ୍ରବାର ସକାଳୁ ମା ଙ୍କ ପୀଠ ରେ ରୀତିନୀତି ରେ ପୂଜା ଅର୍ଚନା ଆରମ୍ଭ କରାଯିବା ସହ ଚଣ୍ଡୀ ଜପ ଓ ଅଭିଷେକ  କରାଯାଇ ହୋମଯଜ୍ଞ ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା I କର୍ତ୍ତା ଭାବେ ସଞ୍ଜୟ ଅଗ୍ରୱାଲ ଓ ତାଙ୍କର ସହଧର୍ମିଣୀ ଦାୟିତ୍ୟୁ ତୁଲାଇଥିଲେI ପୂଜକଭାବରେ  ପଣ୍ଡିତ ମହାଦେବ ମିଶ୍ର (ମକରା )ଙ୍କ ସହ  ଗୋପାଳକୃଷ୍ଣ ମିଶ୍ର, ପବିତ୍ର ଶତପଥି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ  I  ଅନ୍ୟ କର୍ତ୍ତା ମାନଙ୍କ ମଧ୍ୟରେ  ସନ୍ତୋଷ ସାହୁ, ସନସିତ ସାହୁ,ହିରଣ୍ମୟ ପଟ୍ଟନାୟକ, ପର୍ଶୁରାମ ସାହୁ ଉମେଶ ଅଗ୍ରୱାଲ, ବକ୍ରମ ନାଏକ,ଅମିତ ଅଗ୍ରୱାଲ, ଆକାଶ ସେଠୀ, ବିଶ୍ୱନାଥ ସାହୁ,ଜନାର୍ଦ୍ଦନ ଥାନାପତି, ମାନସ ରଣା,, ବୀରେନ୍ଦ୍ର  ପୋଢ଼, ପ୍ରମୁଖ ଦାୟିତ୍ୱ ନେଇଥିଲେ I ଜାମସେଦପୁର  ଟାଟାର  କଳାକାର ମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଭଜନ ସନ୍ଧ୍ୟାର ଆୟୋଜନ  କରାଯାଇଥିଲା