Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋର ଛୁଇଁ ଥିବାରୁ ଆଜି ହେବ ମାଆ ତାରାତାରିଣୀଙ୍କ ମହାସ୍ନାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ । ଚୋରମାନେ ମାଆଙ୍କୁ ସ୍ପର୍ଶ କରିଥିବା ଯୋଗୁଁ ୧୦୮ ଗରା ଜଳରେ ମାଆଙ୍କ ମହାସ୍ନାନ କରାଯିବ ।

ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମାଆ ଓ ଭଉଣୀମାନେ । ନଦୀରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମାଆ ଓ ଭଉଣୀମାନେ ମନ୍ଦିର ଉପରକୁ ଯିବେ । ସେଠାରେ ମାଆଙ୍କର ମହାସ୍ନାନ କରାଯିବ । ଏହାସହ ବିଭିନ୍ନ ରୀତିନୀତିରେ ମାଆଙ୍କ ପୂଜାର୍ଚ୍ଚନା କରାଯିବ ।

ଗତ ୬ ତାରିଖରେ ମାଆଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୁପା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ । ମାଆଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ଏହି ମହାସ୍ନାନ କରାଯାଉଥିବା ପୂଜକ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ