Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମନ୍ତ୍ରୀଙ୍କ ଘରକୁ ଆସିଲେ ପୁଙ୍ଗନୂର ପ୍ରଜାତିର ଗାଈ ଓ ବଳଦ

ଭୁବନେଶ୍ବର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ଦୁଇଟି ପୁଙ୍ଗନୂର୍ ପ୍ରଜାତିର ଗାଈ ଓ ବଳଦ । ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ । ତାଙ୍କ ସରକାରୀ ବାସଭବନରେ ଏହି ବିରଳ ପ୍ରତାତିର ଗାଈ ବଳଦଙ୍କର ଗୃହ ପ୍ରବେଶ କରାଇଛନ୍ତି । ଏହି ଅବସରରେ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି ।

ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ । ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗାନୁର ପ୍ରଜାତିର ଦୁଇଟି ଗାଈ ଅଣାଯାଇଛି । ଏହା ଏକ ଭାରତୀୟ ପ୍ରଜାତିର ଗାଈ ଯାହା ଉଚ୍ଚତା କମ୍ ହୋଇଥାଏ ।

ଏହି ପ୍ରଜାତିର ଗାଈମାନଙ୍କର ସଂରକ୍ଷଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ଅବସରରେ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ । ଓଡ଼ିଶାରେ କିଭଳି ଗୋ ଅଧିନିୟମର କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।