Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦାବଟି ନଦେବାରୁ ରାତିରେ ଆସି ଫିଙ୍ଗିଲେ ବୋମା

କଟକ: ଦାଦାବଟି ପାଇଁ ବୋମାମାଡ଼ । ଠିକା ସଂସ୍ଥା ଉପରେ ହୋଇଛି ବୋମାମାଡ଼ । ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ କଇଁମୁଣ୍ଡି ଛକରେ । ବୋମାମାଡ଼ରେ କେହି ମୃତାହତ ହୋଇ ନଥିଲେ ବି ଠିକାସଂସ୍ଥାରେ ନିୟୋଜିତ ମେସିନ୍ କ୍ଷତିଗ୍ରସ୍ତ ହୋଇଛି ।

ଅଭିଯୋଗ ଅନୁସାରେ, କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ଏହାର ଠିକାଦାରଙ୍କୁ ଦୁର୍ବୁତ୍ତମାନେ ଦାଦାବଟି ମାଗିଥିଲେ । ଠିକାଦାର ବଟି ଦେବାକୁ ମନା କରିବାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି । ଅଭିଯୋଗ ପରେ ବାଙ୍କୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନଇ ପୋଲିସ କିମ୍ବା ଠିକାଦାରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ