ମଦୁଆ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ


ଭୁବନେଶ୍ବର: ବରମ୍ବାର ଅଭିଯୋଗ ପରେ ମୋ ବସ କର୍ମଚାରୀଙ୍କ ବିରୋଧରେ କ୍ରୁଟର ଆକ୍ସନ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଡ୍ରାଇଭଗ ଓ କଣ୍ଡକ୍ଟରଙ୍କୁ ନିଲମ୍ବିତ କରିଛି କ୍ରୁଟ୍ ।

ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଓ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରୁଟ୍ କହିଛି । ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ । ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍ ।

ବିଭିନ୍ନ ସମୟରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନାନା ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି । ଏପରିକି ଧନଜୀବନ ବି ଯାଉଛି । ବାରମ୍ବାର ଏଭଳି ଅଘଟଣ ପରେ କ୍ରୁଟ୍ ଆକ୍ସନ ମୋଡକୁ ଆସିଥିବା କୁହାଯାଉଛି ।