Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦରମା ପାଇଁ ଏମବିକେ,ସିଆରପି ଓ ବ୍ୟାଙ୍କ୍ ମିତ୍ର ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁରେଶ୍ଵରୀ କଲ୍ୟାଣ ମଣ୍ଡପରେ ଜିଲ୍ଲାର ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣି ମିତ୍ର ଓ କୃଷି ମିତ୍ର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଉପରେ ବେଶ୍ ଗର୍ଜିଥିଲେ। ସରକାରଙ୍କ ଆଦେଶ ମାନି ସେମାନେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଲଗାତାର ଭାବେ ଆଠ ମାସ ଧରି ଦରମା ମିଳି ନଥିବାରୁ ବହୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତଥା ସେମାନେ ଆଣିଥିବା ସ୍କୁଟି ଲୋନ୍ ର କିସ୍ତି ମଧ୍ୟ ବୁଝେଇ ପାରୁନାହାନ୍ତି। ସେମାନଙ୍କର ଅସୁବିଧା ନେଇ ଭୂବନେଶ୍ଵରରେ ବିଭିନ୍ନ ଅଧିକାରୀଙ୍କୁ ଭେଟିବା ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ମଧ୍ୟ ଜଣାଇଥିଲେ। ସେ ମଧ୍ୟ ସମସ୍ତ କଥାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଅଦ୍ୟାବଧି ସେମାନଙ୍କ କୌଣସି କଥା ପ୍ରତି ସରକାର ଦୃଷ୍ଟି ଦେଇ ନଥିବା ହେତୁ ଆଗାମୀ ଦିନରେ ବିଧାନସଭା ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସର୍ବସମ୍ମତି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ପୂର୍ବରୁ ସଂଘ ତରଫରୁ ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ର ୧୫ ଟି ପଞ୍ଚାୟତରେ ତାଲା ଝୁଲାଇଥିବା ସହ ଜିପିଏଲ୍ଏଫ୍ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ହେଲେବି ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ଉପସ୍ଥିତ ସଂଘ କର୍ମକର୍ତ୍ତା ମାନେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜିର ଏହି ବୈଠକରେ ସଭାନେତ୍ରୀ ମଲ୍ଲି ସାହୁ, ପୁଷ୍ପା ପଣ୍ଡା, ରେଖା ନାଏକ, ଅଦିତି ଭୋଇ, ବବିତା ରାଣୀ ମହାପାତ୍ର ପ୍ରମୁଖ ଜିଲ୍ଲାର ୬ଗୋଟି ବ୍ଲକର ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, ପ୍ରାଣି ମିତ୍ର ଓ କୃଷି ମିତ୍ରର ସଦସ୍ୟା ମାନେ ଉପସ୍ଥିତ ଥିଲେ।