ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅର୍ନ୍ତଗତ ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ଦୁର୍ବୃତ୍ତ ଝରକା କାଟି ବ୍ୟାଙ୍କରେ ପଶିବା ପରେ ଲକ୍ଷାଧିକ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ୟାସ କଟରରେ ଝରକାର ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଥିଲେ । ପରେ ବ୍ୟାଙ୍କରେ କଳାକନା ବୁଲାଇ ଦେଇଥିଲେ । ଆଜି ସକାଳେ ବ୍ୟାଙ୍କ ଝରକା ତଡ଼ା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ବ୍ୟାଙ୍କ ମ୍ୟାନେଜର୍ ଓ ପୋଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ିନାହିଁ ।
ସୂଚନାଯୋଗ୍ୟ, ୫ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରୁ ଚୋରି ହୋଇଥିଲା । ବାରମ୍ବାର ଚୋରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡି କରିବାକୁ ଦାବି ହୋଇଛି ।