ମାଲକାନଗିରି: ମୋଟୁରେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମି ହଡ଼ପ ଅଭିଯୋଗ ଘଟଣାରେ ନିଜ ଆଡ଼ୁ ମାମଲା କରିଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT) । କିପରି ଏହି ହଡ଼ପ ଜମିରେ ଏକ ନଗର ତିଆରି ହେଲା, ସେନେଇ ନୋଟିସ କରିଛି NGT।
ଜଙ୍ଗଲ ଜମିରେ କିପରି ରାସ୍ତା, ବିଲ୍ଡିଂ ଓ ତାର ବାଡ଼ ନିର୍ମାଣ ହେଲା ପଚାରିବା ସହିତ, ମନରେଗା ସମେତ ବିଭିନ୍ନ ସରକାରୀ ଯୋଜନା ଅର୍ଥରେ ଏହି ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଏନେଇ ପିସିସିଏଫ୍, ଜଙ୍ଗଲ ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ନୋଟିସ୍ କରାଯାଇଛି । ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଅତିକମରେ ଏହାର ସପ୍ତାହେ ପୂର୍ବରୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି NGT ।
ସୂଚନାଯୋଗ୍ୟ, ମୋଟୁର ଏହି ଜମି ହଡ଼ପ ଘଟଣାକୁ ନେଇ କିଛି ଦିନ ତଳେ ରାଜନୀତି ମଧ୍ୟ ଜୋର୍ ଧରିଥିଲା । ପୂର୍ବ ସରକାରଙ୍କ ଅନୁକମ୍ପାରେ ଏହି ଜମି ହଡ଼ପ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ, ଏହାକୁ ଖଣ୍ଡନ କରିଥିଲା ବିଜେଡି ।