ପୁରୀ: କାର୍ତ୍ତିକ ମାସ ପଞ୍ଚୁକ ବ୍ରତର ଆଜି ଦ୍ଵିତୀୟ ଦିନରେ ବାଙ୍କଚୁଡା ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଚାଲିଥିବାରୁ ପୁରୀରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବ୍ୟାରିକେଡ ଦେଇ ସିଂହଦ୍ଵାରରେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ ।
ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମରିଚିକୋଟ ଛକରୁ ହୋଇଛି ବ୍ୟାରିକେଡ଼ । ମାର୍କେଟ ଛକଠାରୁ ନୋ ଭେଇକିଲ ଜୋନ । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ କରାଯାଇଛି । ଗତକାଲି ପ୍ରବଳ ଭିଡ଼ ଥିବାରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା ହୋଇଥିଲା । ପତିତପାବନ ବ୍ୟାରିକେଡ୍ ନିକଟରେ ଠେଲାପେଲା ହୋଇଥିଲେ ଭକ୍ତ । ପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ସେଠାରେ ଠେଲାପେଲା ହୋଇଥିଲା ।