ଖୋର୍ଦ୍ଧା: ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇ ଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣି । ଗତ ରାତିରେ ଲାଞ୍ଚ ଟଙ୍କା ନେଉଥିବା ବେଳେ କିରାଣି ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଜିଲ୍ଲା ବିଇଓ କାର୍ଯ୍ୟାଳୟରେ ଘଟିଛି ଘଟଣା । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ବାବୁ ଜଣକ ହେଉଛନ୍ତି ଖୋର୍ଦ୍ଧା ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।
୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟ ଦୌଡ଼ୁଥିଲେ । ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇ ଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।