Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା କୋଶଲ ସାହିତ୍ୟ, ସଂସ୍କୃତି,ଏକାଡେମି ପକ୍ଷରୁ କୋଶଲ ଭାଷାକୁ ପ୍ରାଥମିକ ସ୍ତରରେ ପ୍ରଚଳନ ମାନ୍ୟତା ଦାବ:

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ସଭାଗୃହରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋଶଲୀ ଭାଷା ଉପରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଏକ ସାମ୍ବାଦିକ ସମ୍ବିଳନୀ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାଇ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ପ୍ରାବଧାନ ଅଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ପଶ୍ଚିମ ଓଡିଶାର ଶିଶୁମାନଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସେମାନଙ୍କ ମାତୃଭାଷା କୋଶଲିରେ ଶିକ୍ଷାଦାନ ନିମନ୍ତେ କୌଣସି ସରକାର ବା ସରକାରୀ କଳ ଚିନ୍ତିତ ଥିଲାପରି ଜଣା ପଡୁ ନାହିଁ I ସେପଟେ ପଶ୍ଚିମ ଓଡିଶାର କୋମଳମତି ଶିଶୁମାନଙ୍କ ଉପରେ ଓଡିଆ ଭାଷାକୁ ଲଦି ଦେବାର ହୀନ ଚକ୍ରାନ୍ତ ହେଉଛି । ଫଳରେ ପିଢି ପରେ ପିଢି ଅତ୍ୟାବଶ୍ୟକ ବୌଦ୍ଧିକ ବିକାଶରୁ ବଂଚିତ ହେଉଛନ୍ତି I ଅପରପକ୍ଷରେ ରାଜ୍ୟ ସରକାର କୋଶଲି ଭାଷାକୁ ଏକ ସ୍ବତନ୍ତ୍ର ଭାଷା ଭାବେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା ପାଇଁ ଏକ ଫମ୍ପା ପ୍ରସ୍ତାବ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ଚୁପ୍ ହୋଇ ବସିଯାଇଛନ୍ତି ଯାହା ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି କରୁଛି ।ସେଥିପାଇଁ କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଇ ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ଶିକ୍ଷାଦାନ ପାଇଁ ଏକାଡେମୀ ତରଫରୁ ଦାବି କରାଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁଙ୍କ ସହିତ ଯୁଗ୍ମ ସଂପାଦକ ବ୍ରଜମୋହନ ଦାନୀ ଓ ସଭ୍ୟା ମୀନା ମହାରଣା ଉପସ୍ଥିତ ଥିଲେ । ଆଗାମୀ ଦିନରେ ସରକାର ଏହି ସମ୍ବେଦନଶୀଳ ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହା ଏକ ଆନ୍ଦୋଳନର ରୁପ ନେବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ