Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ତୋଳି ଘର ଭାଙ୍ଗିଲା ମହାନଗର ନିଗମ

ସମ୍ବଲପୁର:ନିଜେ ଘର ତୋଳି ଶେଷରେ ଘର ଭାଙ୍ଗିଛି ସମ୍ବଲପୁର ମହାନଗର ନିଗମ। ଅବଶ୍ୟ ବେଆଇନ ଘରକୁ ଭାଙ୍ଗି ମହାନଗର ନିଗମ ବଡ଼ ପଦକ୍ଷେପ ନେଇଛି।
ସମ୍ବଲପୁର ମହାନଗର ନିଗମ ଘୋଷଣା ହେବାର ୧୦ ବର୍ଷ ରୁ ଉର୍ଦ୍ଧ ହେଲାଣି ସତ ହେଲେ ନିର୍ବାଚନ ର ନା ଗନ୍ଧ ନାହିଁ l ସରକାରୀ ବାବୁ ମାନଙ୍କ ଅକ୍ତିଆର ରେ ଏତେଦିନ ହେଲା ପଡି ରହିଛି ସମ୍ବଲପୁର ନିଗମ l ଏଇ ୧୦ ବର୍ଷ ଭିତରେ ୫ ଜଣ କମିଶନର ବଦଳି ସାରିଲେଣି l ହେଲେ ନିର୍ବାଚିତ ପ୍ରତିନିଧି ଙ୍କର ହାତକୁ କୁ ଆସିପାରିନାହିଁ ସମ୍ବଲପୁର ମହାନଗର ନିଗମ l
ସେ ଯାହାବି ହେଉ କିଛି ଦିନ ହେବ ଜୋର ଚର୍ଚ୍ଚା ଧରିଛି ରାସ୍ତା ଉପରେ ନିର୍ମିତ ହୋଇଥିବା ଘର ଆଉ ଦୋକାନ ଘର ଭଙ୍ଗା କୁ ନେଇ। ଏବେ ଉଛେଦ କରାଯାଉଛି ଜବରଦଖଲ ନିର୍ମିତ କୋଠା। ସମ୍ବଲପୁର ସହରର ଫାର୍ମ ରୋଡ଼, ମୋଦିପଡା ପ୍ରଭୃତି ଅଂଚଳରେ ରାସ୍ତା ଉପରେ ଥିବା ନିର୍ମିତ ଘର l ଏଇ ଭିତରେ ଦୀର୍ଘ ପ୍ରାୟ ୧୫ ବର୍ଷ ତଳେ ତତ୍କାଳୀନ ସମ୍ବଲପୁର ପୌର ପରିଷଦ ନିର୍ବାଚିତ କର୍ତ୍ତ୍ତୃପକ୍ଷ ବେଆଇନ ଭାବେ ଭୁତା ପଡା ରୁ ଜେଲଛକ ରାସ୍ତା, ମୋଡ଼ିପଡ଼ା ରୁ ହସ୍ପିଟାଲ ରୋଡ଼ ଚର୍ଚ୍ଚ ଛକ ରାସ୍ତା, ଫାର୍ମ ରୋଡ଼ ରାସ୍ତା ଉପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ସଦର ହସ୍ପିଟାଲ ଡାକ୍ତର କ୍ଵାଟର ସାମ୍ନା ରେ ନିର୍ମାଣ କରିଥିଲେ ମାଳମାଳ ଦୋକାନ ଘର l ଯଦ୍ୱାରା ଅନେକ ଟା ଅସୁବିଧା ହେଉଥିଲା, ସାଥିରେ ରାସ୍ତା ବି ସଂକୁଚିତ ହୋଇଯାଇଥିଲା। ବର୍ତ୍ତମାନ ତାହା ନିଗମ ପକ୍ଷରୁ ରାସ୍ତା ଉପରେ ଥିବା ଦୋକାନ ଘର ଗୁଡି଼କ ବୋଲଡେଜର ଲଗାଇ ଉଛେଦ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି l ଯାହାକି ସହର ରେ ଚର୍ଚ୍ଚା ର ବିଷୟ ହୋଇଛି, ଏବଂ ଲୋକେ କହୁଛନ୍ତି ଯେ ପୌର ପରିଷଦ ପକ୍ଷରୁ ରାସ୍ତା ଉପରେ ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକାନ ଘର ଗୁଡିକ ବିଳମ୍ବରେ ହେଉ ପଛେ ଭଙ୍ଗା ଗଲା।ସାମଗ୍ରିକ ସହର ସୁନ୍ଦରତା ଦୃଷ୍ଟି ରୁ ରାସ୍ତା ଗୁଡିକର ବି ଦୋହରୀକରଣ ର ଆବଶ୍ୟକତାକୁ ଅନୁଭବ କରି ନିଗମ ବଡ଼ ପଦକ୍ଷେପ ନେଇଛି। ଲୋକେ ଏହାବି କହୁଛନ୍ତି ଭାଙ୍ଗିବାର ଥିଲା ଯଦି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ବେଆଇନ ଭାବେ ଦୋକାନ ଘର ତୋଳି ( ମାର୍କେଟ କମ୍ପ୍ଲେକ୍ସ ) ନିର୍ମାଣ କରାଯାଉଥିଲା କାହିଁକି ?ଆଗାମୀ ଦିନରେ ଏ ଦିଗରେ ଯତ୍ନବାନ ହେବାକୁ ବୁଦ୍ଧିଜୀବୀ ମହଲରେ ଗୁରୁତ୍ୱ ଦିଆଯାଇଛି।