Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁନା ଚେନ ଲୁଟି ନପାରି ମହିଳାଙ୍କୁ ହରିଗଲେ

ଭୁବନେଶ୍ବର: ସୁନା ଚେନ ଲୁଟିବାକୁ ଆସିଥିଲେ । ଲୁଟରେ ବିଫଳ ହେବାରୁ ମହିଳାଙ୍କୁ ହାଣି ଦେଲେ । ଏମିତି ଘଟଣା ରାଜଧାନୀ ଭୁବନେଶ୍ବରରେ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ୟୁ.ବିଷ୍ଣୁ ପାତ୍ର ।

ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି । ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପଛରେ ବସିଥିଲେ । ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ ।

ମୋଟା ଚେନ କାରଣରୁ ନେଇପାରି ନଥିଲେ ଲୁଟେରା । ପୁନର୍ବାର ଲୁଟ୍‌ ପାଇଁ ମହିଳାଙ୍କ ପିଛା କରିଥିଲେ ଲୁଟେରା । ଏଥିସହ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମହିଳା ଜଣଙ୍କ ଜୋରରେ ଚିତ୍କାର କାରିବାରୁ ଅଧାବାଟରୁ ଖସି ପଳାଇଥିଲେ ଲୁଟେରା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବାକୁ ସକ୍ଷମ ହୋଇନି ପୋଲିସ ।