Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଦେଶର ସବୁଠାରୁ ବଡ ବୀମା କମ୍ପାନୀ (ଏଲଆଇସି) ର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।
ଓଡ଼ିଶା ସିଦ୍ଧାର୍ଥ ମହାନ୍ତି ଜୁନ୍ ୨୦୨୪ ପର୍ଯ୍ୟନ୍ତ LIC ର ଅଧ୍ୟକ୍ଷ ପଦରେ ରହିବେ। ପରେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିବେ। ସେ ୧୪ ମାର୍ଚ୍ଚ ୨୦୨୩ ଠାରୁ ଏଲ୍‌ଆଇସିର ଅନ୍ତରୀଣ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଆସୁଥିଲେ।

ଶ୍ରୀ ମହାନ୍ତି ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ଶ୍ରୀ ମହାନ୍ତି ବ୍ୟବସାୟ ପରିଚାଳନାରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଏହା ଛଡ଼ା ସେ ଇନ୍ସୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ବିଜିନେସ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର କରିଛନ୍ତି ।

ଏଲ୍‌ଆଇସିରେ ତିନି ଦଶନ୍ଧି ଧରି ଚାକିରି ଜୀବନ ଭିତରେ ଶ୍ରୀ ମହାନ୍ତି ମାର୍କେଟିଂ, ମାନବ ସମ୍ପର୍କ, ପୁଞ୍ଜି ବିନିଯୋଗ ଏବଂ ଆଇନ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ