Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଡା. ଶ୍ରୀହରୀ ନାଗଙ୍କୁ ସମ୍ମାନୀତ

ଚିପିଲିମା,ସାମାଜିକ କଲ୍ୟାଣ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୁଆଁଖାଇ ଭେଟଘାଟ ୨୦୨୪ ଉତ୍ସବରେ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ପୂର୍ବତନ ସରପଞ୍ଚ ଡା. ଶ୍ରୀହରୀ ନାଗଙ୍କୁ ସମ୍ମାନୀତ କରାଯାଇଛି l ସୂଚନା ଯୋଗ୍ୟ ଯେ ଡା. ଶ୍ରୀହରୀ ନାଗ ଜଣେ ଡାକ୍ତର ଭାବରେ ଗୋଶାଳା, ଲଡୁଖାଇ ଛକରେ କ୍ଲିନିକ କରି ଅଞ୍ଚଳର ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇଆସୁଥିବାବେଳେ, ବିଗତ ବର୍ଷରେ ସରପଞ୍ଚ ଭାବରେ ଅଞ୍ଚଳର ସେବାକାର୍ଯ୍ୟରେ ନିୟୋଜିତ ଥିଲେ l ଏମିତିକି ଅନେକ ସମୟରେ ସମାଜସେବା କାର୍ଯ୍ୟସବୁ କରିଥିବାବେଳେ, ଶ୍ରୀହରୀ ନାଗଙ୍କୁ ସାମାଜିକ ଅନୁଷ୍ଠାନ ଜନ ସେବା କଲ୍ୟାଣ ସେବାଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠାତା ମୁକୁନ୍ଦ ଦାସ ମାନପତ୍ର ସହ ଉପଢ଼ୋକନ ଦେଇ ସମ୍ମାନିତ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ