ରାୟଗଡ଼ା: ରାନିଗୁଡ଼ାରେ ଆଜି ସକାଳେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ଗୁରୁତରମାନେ ହେଲ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ସେମାନଙ୍କ ଶରୀରର ପ୍ରାୟ ୬୦% ପୋଡି ଯାଇଛି । ସେମାନେ ଏକ ଧର୍ମାବଲମ୍ବୀ ହୋଇଥିବା ବେଳେ ପରିବାରଠୁ ଦୂରରେ ରହୁଥିଲେ ।
ରାୟଗଡା ସହର ରାନିଗୁଡ଼ାରେ ଏକ ଭଡ଼ା ଘରେ ଗତ କିଛି ଦିନ ହେବ ସେମାନେ ରହୁଥିଲେ । ଆଜି ସକାଳେ ସମସ୍ତେ ପୂଜାପାଠ କରିଥିଲେ । ଏହାପରେ ଜଳଖିଆ ପ୍ରସ୍ତୁତି ନିମନ୍ତେ ଗ୍ୟାସ ଲଗାଇବା ବେଲେ ତାହା ଫାଟି ନିଆଁ ଲାଗିଯାଇଥିଲା । ଫଳରେ ଏହି ୩ ଜଣ ଗୁରୁତର ହୋଇପଡ଼ିଥିଲେ ।
ଖବର ପାଇ ସାଥୀମାନେ ପହଞ୍ଚି ପ୍ରଥମେ ସେମାନଙ୍କୁ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଅନ୍ୟ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।