Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟ୍ରକ ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ

ପାରାଦୀପ: ଛାଡ଼ଖାଇରେ ମାଛ ବ୍ୟବସାୟୀଙ୍କ ଉପରେ ଟ୍ରକ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ପରାଦୀପ ଅଠରବାଙ୍କିରେ ଘଟିଛି । ମୃତକ ମାଛ ବ୍ୟବସାୟୀ ଜଣକ ହେଲେ ବାଲିଝରା ବସ୍ତିର ମହେନ୍ଦ୍ର ଜେନା ।
ଆଜି ଛାଡଖାଇ ଥିବାରୁ ମହେନ୍ଦ୍ର ବାଲିପ୍ଲଟରୁ ମାଛ କିଣି ବ୍ୟବସାୟ କରିବା ପାଇଁ ବାଲିଝରା କଲୋନୀକୁ ଯାଉଥିଲେ । ଆଠରବାଙ୍କି ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଅଠରବାଙ୍କିଠାରେ ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି । ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।