Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଙ୍ଗଲରେ ପଡ଼ିଛି ସ୍କୁଲ ଡ୍ରେସ୍ ଓ ଜୋତା, ମାଓବାଦୀଙ୍କ କାମ ନୁହେଁ ତ ?

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟ ଜଙ୍ଗଲରେ ପଡିଛି ପୁଳା ପୁଳା ସ୍କୁଲ ଜୋତା ସହ ଡ୍ରେସ । କିଏ ଓ କାହିଁକି ଏତେ ପରିମାଣରେ ଡ୍ରେସ ଓ ଜୋତା ଏଠାରେ ପକାଇଛି ତାହା ସ୍ପଷ୍ଟ ହୋଇନି । ତେବେ ଏହା ମାଓବାଦୀଙ୍କ କାମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।
କିଛି ବର୍ଷ ହେବ ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା । ହେଲେ ଏବେ ଅଞ୍ଚଳରେ ସେମାନଙ୍କ ପ୍ରଭାବ ନାହିଁ । ଏମିତି ସ୍ଥିତିରେ ଏହା ମାଓବାଦୀଙ୍କ କାମ କି ଆଉ କିଏ ଏହାକୁ ଗଦା କରିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ତେବେ ଏତେ ପରିମାଣରେ ଜୋତା ଓ ଡ୍ରେସ ଏମିତି ପଡ଼ିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହା ମାଓବାଦୀଙ୍କ କାମ ହୋଇଥାଇ ପାରେ ଭାବେ ଲୋକେ ଭୟଭୀତ ହୋଇଯାଇଛନ୍ତି ।