Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ବାଲିଯାତ୍ରା: ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

କଟକ: କଟକ ବାଲିଯାତ୍ରାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକଙ୍କ ମୃତ୍ୟୁ । ମୃତକ ହେଲେ ଜଗତସିଂହପୁର ଅଞ୍ଚଳର ବିଶ୍ୱ ପ୍ରକାଶ ମନ୍ଥନ । କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତଦୁଇରେ ସେ ପଢୁଥିଲେ ।

ବିଶ୍ୱ ପ୍ରକାଶ ବାଲିଯାତ୍ରା ଦେଖିବାକୁ ଆସିଥିଲେ। ଏହି ସମୟରେ ବାଲିଯାତ୍ରା ପଡ଼ିଆ ଲାଗିଥିବା ଲିଚୁ ଲାଇଟ୍ ଧରି ପକାଇଥିଲେ । ଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଶ୍ୱ ପ୍ରକାଶ କାହା ସହିତ ହଷ୍ଟେଲରୁ ବାଲିଯାତ୍ରା ବୁଲି ଆସିଥିଲେ ତାହା ଜଣାପଡିନି । ଅନ୍ୟପକ୍ଷରେ କଟକ ବାଲିଯାତ୍ରାରେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories