Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ସମୁଦ୍ରରେ ଭାସି ଯାଇ ଯୁବକ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ନିଖୋଜ ଯୁବକ ଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ।

ପ୍ରିୟାଂଶୁ ଆଜି ସକାଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଦିଗବାରେଣୀ ଛକ ସମ୍ମୁଖ ସମୁଦ୍ରରେ ସେମାନେ ସ୍ନାନ କରୁଥିଲେ । ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁଁ ପ୍ରିୟାଂଶୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ‌ । ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରିୟାଂଶୁଙ୍କ କୌଣସି ପତ୍ତା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ