ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଲେ ୨୫ ଲକ୍ଷ ଟଙ୍କାର ଗହଣା


କେନ୍ଦୁଝର: ରାତିରେ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବାପପୁଅଙ୍କଠାରୁ ଲୁଟ । ମୁଖା ପନ୍ଧା ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ । ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଲେ ହିରଣ୍ୟମୟୀ ସାହୁ ।

ହିରଣ୍ୟମୟୀ ସାହୁଙ୍କର ଉର୍ତ୍ତୀ ଛକରେ ‘ଓମ୍ ଜୁଏଲାରୀ’ ନାମକ ଦୋକାନ ରହିଛି।  ଗତ ରାତି ପ୍ରାୟ ୯ଟା ବେଳେ ହିରଣ୍ୟମୟୀ ସାହୁ ଏକ ବ୍ୟାଗ୍‌ରେ ସବୁ ସୁନା ଅଳଙ୍କାର ଧରି ନିଜ ସାନ ପୁଅ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଦୋକାନଠାରୁ ମାତ୍ର ଶହେ ମିଟର ଦୂରରେ ଆଗରୁ ଛକି ବସିଥିବା ୬ ଜଣ ଦୁବୃର୍ତ୍ତ ସେମାନଙ୍କୁ ଅଟକାଇ ଥିଲେ ।

ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ବାପପୁଅଙ୍କୁ ଭୟଭୀତ କରି ଅଳଙ୍କାର ଭର୍ତ୍ତି ବ୍ୟାଗ ଛଡ଼ାଇ ନେବାକୁ ଚେଷ୍ଠା କରିଥିଲେ । ମାତ୍ର ପ୍ରଥମେ ବାପପୁଅ ଏହାକୁ ବିରୋଧ କରିଥିବା ବେଳେ ସେମାନେ ଉଭୟଙ୍କୁ ପ୍ରବଳ ପିଟିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଏହାପରେ ଦୁଇଟି ବାଇକ୍ ଯୋଗେ କରଞ୍ଜିଆ ରାସ୍ତାରେ ଫେରାର ଯାଇଥିଲେ । ପରେ ହିରଣ୍ୟମୟୀ ଛକକୁ ଯାଇ ଲୋକଙ୍କୁ ଲୁଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ । କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ତାଙ୍କର ଟେର ପାଇ ନଥିଲେ । ଖବର ପାଇ ପୋଲିସ୍‌ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ ଲୁଟେରାଙ୍କ ସନ୍ଧାନ ମିଳିପାରି ନଥିବା ଜଣାପଡ଼ିଛି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.