Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲଟିଲା ଟମାଟୋ ବୋଝେଇ ଟ୍ରକ, ବୋହି ନେଲେ ଲୋକେ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଟ୍ରକ୍‌ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରି ଛକ ନିକଟରେ ଘଟିଛି ଦୁର୍ଘଟଣା ଘଟିଛି ।

ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି । ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଇଥିବା ଦେଖିବାକୁ ମିଳିଛି । ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି । ଏମିତିକି ରାସ୍ତାରେ ଯାଆ ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଇଛନ୍ତି । ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ିନାହାନ୍ତି ।

ଟମାଟୋ ବୋଝେଇ ଟ୍ରକ୍‌ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ