Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଛା କରୁଥିବା ପୋଲିସ ଉପରକୁ ବୋମା ଫିଙ୍ଗିଲେ ଗୋ-ଚାଲାଣକାରୀ

କଟକ: ପୋଲିସ- ଗୋ ଚାଲାଣକାରୀ ମୁହାଁମୁହିଁ । ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ଜବାବରେ ଫାଙ୍କା ଗୁଳି ଚାଲଇଲା ପୋଲିସ । ଶେଷରେ ଦୁଇ ୨ ଗୋ-ଚାଲାଣକାରୀଙ୍କୁ ଅଟକ, ୨୬ ଗୋରୁ ଉଦ୍ଧାର । ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଟି-ବ୍ରିଜ୍ ନିକଟରେ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ କଟକ ଜିଲ୍ଲା ତିଗିରିଆକୁ ଗୋରୁ ଚାଲାଣ ହେଉଥିବା ସୂଚନା ପାଇଥିଲା ପୋଲିସ । ଏହାପରେ ପୂର୍ବ ଯୋଜନା ମୁତାବକ ବାଟରେ ଛପି ରହିଥିବା ପୋଲିସ୍‌ ତାଙ୍କ ପିଛା କରିଥିଲା ।

ଫଲରେ ବାଙ୍କୀ ଟି-ବ୍ରିଜ୍ ପାଖରେ ପୋଲିସ୍‌ ଓ ଗୋ-ଚାଲାଣକାରୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରୁ ଖସିଯିବାରୁ ଗୋ-ଚାଲାଣକାରୀମାନେ ବୋମା ଫିଙ୍ଗିଥିବା ବେଳେ ପୋଲିସ୍‌ ଫାଙ୍କା ଗୁଳିଚାଳନା କରିଥିଲା । ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି । ଏହାର ସୁଯୋଗରେ କିଛି ଗୋଚାଳାଣକାରୀ ଚମ୍ପଟ୍ ମାରିଥିବା ବେଳେ ପୋଲିସ୍‌ ୨ ଜଣଙ୍କୁ କାବୁ କରିଛି । ଏଥିସହ ଗାଡ଼ିକୁ ଜବତ କରି ୨୬ ଗୋରୁଙ୍କୁ ଉଦ୍ଧାର କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ