Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଫୋରୱେରୁ ଏକ ଖପୁରି ଉଦ୍ଧାର——୧୫ମାସ ତଳେ ପାୱାରଚେନେଲ ଭାସି ନିଖୋଜ ଯୁବକଙ୍କ ପରିବାର ମଧ୍ୟରେ ନୁଆଁ ଆଶା ଉଜ୍ବଳିତ

ଚିପିଲିମା,ସମ୍ବଲରପୁର ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରର ପାୱାରଚେନାଲରେ ପାଣି ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ପାୱାର ଚେନାଲ ଫୋରୱାଇ ଓ ବିସ୍ତାରିତ ଫୋରୱାଇର ମରାମତି କାର୍ଯ୍ୟ ଚାଲୁରହିଛି l ହେଲେ ସଫେଇ କାର୍ଯ୍ୟ ସମୟରେ ଶ୍ରମିକମାନେ ଏକ ମୁଣ୍ଡର ଖପୁରୀ ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଚିପିଲିମା ପୋଲିସ ଖବର ପାଇ ଖପୁରୀକୁ ଜବତ କରିଛି l ସୂଚନା ଯୋଗ୍ୟ ଯେ ଗତ ୨୦୨୩ ବିଶ୍ଵକର୍ମା ପୂଜା ଦିନ ପାୱାର ଚେନାଲରେ ଭାସି ଯାଇଥିବା ବଗବିରାର ଦ୍ରୋଣ ତରିଆର ଅଦ୍ୟାବଧି ଖୋଜ ଖବର ନାହିଁ l ପ୍ରଶାସନ ପକ୍ଷରୁ ଅଗ୍ନିଶମ, ନେଭି ଦ୍ୱାରା ଅନେକ ଖୋଜାଖୋଜି ହୋଇଥିଲା l ହେଲେ କୌଣସି ସନ୍ଧାନ ମିଳିନଥିଲା l ସେହି ସ୍ଥାନରେ ଏକ ଖପୁରି ମିଳିଥିବା ବାପା ଅକ୍ଷୟ ତରିଆ ଖବର ପାଇବା ପରେ ଚିପିଲିମା ଫାଣ୍ଡିକୁ ଯାଇ ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ସାହୁଙ୍କୁ ଏହି ଖପୁରୀଟି ଦ୍ରୋଣ ତରିଆର ହୋଇଥିବା ନେଇ ସନ୍ଦେହ କରି ଖପୁରୀର ଡିଏନଏ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଥଲେ l ଚିପିଲିମା ଫାଣ୍ଡି ଅଧିକାରୀ ସଞ୍ଜୟ ସାହୁ ଜବତ ଖପୁରୀର ଡିଏନଏ ପରୀକ୍ଷା ପାଇଁ ବୁର୍ଲା ମେଡିକାଲ ଏଫଏମଟି କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି l ଆଗାମୀ ଦିନରେ ଦ୍ରୋଣ ତରିଆର ବାପା ଅକ୍ଷୟ ତରିଆର ନମୁନା ସଂଗ୍ରହ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବାବେଳେ, ପାୱାରଚେନାଲ ନିଖୋଜ ଦ୍ରୋଣର ପରିବାର ମଧ୍ୟରେ ନୁଆଁ ଆଶା ଉଜ୍ବଳିତ ହୋଇଛି l ଡିଏନଏ ପରୀକ୍ଷାର ରିପୋର୍ଟ ଆସିବାପରେ ଘଟଣାଟି ସ୍ୱଷ୍ଟ ହୋଇପାରିବ ବୋଲି କୁହାଯାଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ