Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଙ୍ଗାପୁରରେ ଆୟୋଜିତ ମେକଇନ ଓଡିଶା କାର୍ଯ୍ୟକ୍ରମ ରେ ପରିବେଶିତ ହେଲା ସମ୍ବଲପୁରୀ ନୃତ୍ୟ

ସମ୍ବଲପୁର:ଓଡିଶା ର ଅର୍ଥନୈତିକ ବିକାଶ ରେ ସହଯୋଗ ର ହାତ ବଢାଇବା ତଥା ଅର୍ଥ ବିନିଯୋଗ ପାଇଁ ଆହ୍ୱାନ ଦେବା ଉଦ୍ୟେଶ୍ୟ ରେ ସିଙ୍ଗାପୁର ଠାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଯୋଗ ଦେଇଥିଲେ l ସିଙ୍ଗାପୁର ର ହୋଟେଲ ଶଂଗ୍ରିଲା ଠାରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ରେ ପ୍ରବାସୀ ଓଡ଼ିଆ ଙ୍କ ସହ ଆଲୋଚନା କରି କହିଥିଲେ ଯେ, ଓଡିଶା ରେ ଭିତ୍ତି ଭୂମି ର ଅଭାବ ନାହିଁ,ଏବେ ଓଡିଶା ପ୍ରଦେଶ ବିକାଶ ଦିଗରେ ଆଗେଇବା ଆରମ୍ଭ କରିଛି, ତେଣୁ ଏହି ବିକାଶ ଲକ୍ଷ୍ୟ ରେ ହାତ ଦେବାକୁ ପ୍ରବାସୀ ଓଡ଼ିଆ ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ କରିଥିଲେ l
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କର ଆଗମନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ ଗୁରୁ ଆଲୋକ କୁମାର ପଣ୍ଡା ଙ୍କ ସଂଯୋଜନା ରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ ହେବା ସହ ଓଡିଶୀ ନୃତ୍ୟ ଗୁରୁ ପ୍ରଭାତ କୁମାର ସ୍ୱାଇଁ ଙ୍କର ତତ୍ୱାବଧାନ ରେ ଓଡିଶୀ ନୃତ୍ୟ ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ l ଦୁଇ ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ କୁ ସିଙ୍ଗାପୁର ର ପ୍ରବାସୀ ଓଡ଼ିଆ ମାନେ ଭୁୟସୀ ପ୍ରସଂଶା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ