Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଟିଏମ ସଟର ତାଲା ଖୋଲିଲାନି; ଲୁଟ ଯୋଜନା ପଣ୍ଡ, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ଢେଙ୍କାନାଳ: ଏଟିଏମ ଲୁଟ କରିବାକୁ ଯାଇଥିଲେ । ହେଲେ ଖୋଲି ପାରିଲେନି ସଟର ତାଲା । ଫଳରେ ଲୁଟ କରି ନପାରି ଚମ୍ପଟ ମାରିଲେ ଲୁଟେରା । ଲୁଟେରାକଙ୍କ ସବୁ କାରନାମ ଏଟିଏମ ଆଗରେ ଲାଗିଥିବା ସିସିଟିଭି କ୍ୟାମେରାରେ ହୋଇଏ ରେକର୍ଡ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀରେ ।

ଏଠାରେ ଥିବା ବ୍ୟାଙ୍କ ଅଫ୍‌ ବରୋଦାର ଏଟିଏମ ଭାଙ୍ଗି ଟଙ୍କା ପାଇସା ଲୁଟ ପାଇଁ ଆସିଥିଲେ ଦୁର୍ବୃତ୍ତ । ତାଲା ଭାଙ୍ଗି, ସିସିଟିଭିରେ କଲର ସ୍ପ୍ରେ କରି ଲୁଟ୍‌ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଏଟିଏମର ସଟରର ତାଲା ଖୋଲି ନଥିଲା । ଯୋଜନା ପଣ୍ଡ ହୋଇଯିବା ପରେ ଫେରିଯାଇଥିଲେ ଲୁଟେରା ।  ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ତୁମୁସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି ।