Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ଠକେଇ ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଜମି ଠକେଇ ମାମଲାରେ ଚନ୍ଦକା ଅଞ୍ଚଳର ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ଚନ୍ଦକା ଅଞ୍ଚଳର ତାପସ କୁମାର ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ତାପସ କୁମାର ନରେନ୍ଦ୍ର ନିଜ ପିତା ମାତାଙ୍କ ଅଂଶୀଦାର ହିସାବରେ ସମସ୍ତ ପ୍ଲଟକୁ ନିଜ ନାଁରେ ପାୱାର ଅଫ୍ ଆର୍ଟନି କରିଛନ୍ତି କହି ଜଣେ ବିଲଡରଙ୍କ ସହିତ ଏକ ଆପାଣ୍ଟମେଣ୍ଟର ଚୁକ୍ତି କରିଥିଲେ । ଉକ୍ତ ପୈତୃକ ସମ୍ପତ୍ତିରେ ୮ ଜଣଙ୍କ ନାଁରେ ଲିଗାଲହିଅର ଥିବା ବେଳେ ଚୁକ୍ତି କରି ୧ କୋଟି ୧୮ ଲକ୍ଷ ଟଙ୍କା ଠକି ନେଇଥିବା ବିଲଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ