Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏକ ତରଫା ପ୍ରେମରୁ ରାଜଧାନୀରେ ହାଇଡ୍ରାମା: ତୁ ମୋର ନହେଲେ ଆଉ କାହାର ହୋଇ ପାରୁବୁନି

ଭୁବନେଶ୍ବର: ଏକ ତରଫା ପ୍ରେମକୁ ନେଇ ରାଜଧାନୀରେ ଏକ ହସ୍ପିଟାଲ ସମ୍ମୁଖରେ ଯୁବକଙ୍କ ହାଇଡ୍ରାମା । ମଞ୍ଚେଶ୍ବରର ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏମିତି ଡ୍ରାମା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ଧମକାଇବା ସହ ତୁ ମୋର ନହେଲେ ଆଉ କାହାର ହୋଇପାରୁବୁନି ବୋଲି କହୁଥିବା ଶୁଣିବାକୁ ମିଳିଥିଲା ।

ବିଳମ୍ବିତ ରାତିରେ ଯୁବକଙ୍କ ଏଭଳି ଚିତ୍କାର ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ । ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଏଭଳି ହାଇଡ୍ରାମା । ତେବେ ୱାନ ସାଇଡ ଲଭ ଷ୍ଟୋରୀ ଏତିକିରେ ଥମି ନଥିଲା । ହସ୍ପିଟାଲରେ କାମ କରୁଥିବା ଜଣେ ଯୁବତୀ ପାଟି ଶୁଣି ବାହାରକୁ ଆସିବା ସହ ଯୁବକ ଜଣଙ୍କୁ ପିଟି ଚାଲିଥିଲେ । ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ । କଥା ଆପୋଷ ବୁଝାମଣାରେ ଥମି ନଥିଲା ।

ଖବରପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷକୁ ବୁଝାଶୁଝା କରି ଥାନାକୁ ଆଣିଥିଲା । ଥାନାରେ ଉଭୟ ଅଣ୍ଡରଟେକିଂ ଲେଖିଥିଲେ । ଲେଖାପଢ଼ା ପରେ ପୋଲିସ ଦୁହିଁଙ୍କୁ ଛାଡିଥିଲା ।