Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବବି ଦାସଙ୍କ ଭାଇ ଭବ ଗିରଫ

ଯାଜପୁର: ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଗିରଫ କଲା ଯାଜପୁର ଟାଉନ ଥାନା ପୋଲିସ । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୋଲିସ । ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜେଏମଙ୍କ ବାସଭବନକୁ ନେଇଛି ପୋଲିସ । 

ଭବଙ୍କ ବିରୋଧରେ ଲଗାଯାଇଥିବା ଦଫା ଗୁଡିକ ମଧ୍ୟରୁ ପ୍ରାୟ ସମସ୍ତ ଦଫା ଜାମିନ ଯୁକ୍ତ ହୋଇଥିବା ବେଳେ BNS 303(2) ଅର୍ଥାତ୍ ଚୋରି କରିବା ଜାମିନ ବିହୀନ ଦଫା ହୋଇଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା କରାଯାଉଥିଲା ।   

ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ମା’ ବିରଜା ହାଟକୁ ମଦନ ନାୟକ ନାମକ ଜଣଙ୍କ ପରିବା ବ୍ୟବସାୟୀ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ । ସେ ୧୦ ହଜାର ଟଙ୍କାର ବାଇଗଣ, ଫୁଲକୋବି ଓ ଟମାଟୋ ଆଦି ବିକ୍ରି କରିବାକୁ ଆଣିଥିଲେ । ସେହି ସମୟରେ ଭବଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ । କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ବିଧା ଓ ଗୋଇଠା ମାରିଥିଲେ । ଏହାସହ ସେମାନେ ତାଙ୍କ ପରିବା ନଷ୍ଟ କରି ଦେଇଥିଲେ । ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିଲେ ।

ଭବଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ପୋଲିସ ଭବଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଥଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିନାହିଁ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ