Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଙ୍ଗାପୁର ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ନିବେଶକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସହ ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ପୁଞ୍ଜିପତିଙ୍କୁ ଅବଗତ କରିଥିଲେ ।

ଉତ୍କର୍ଷ ଓଡ଼ିଶା ପାଇଁ ଓଡ଼ିଶା ଆସିବାକୁ ନିବେଶକଙ୍କୁ ନିମନ୍ତ୍ରଣ ଦେଇଥିଲେ । ଏହା ପରେ ଗତକାଲି ଦିଲ୍ଲୀରେ ହେଉଥିବା ଓଡ଼ିଶା ପର୍ବରେ ସାମିଲ ହୋଇ ଆଜି ଓଡ଼ିଶା ଫେରିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତରେ ଯାଇଥିଲେ । ତାଙ୍କ ସହ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ସିଙ୍ଗାପୁର ଗସ୍ତରେ ଯାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ