Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ବିଜେପି ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ୪୦ ଶକ୍ତି କେନ୍ଦ୍ର ରେ ମୋଦିଙ୍କ ମନକିବାତ କାର୍ଯ୍ୟକ୍ରମ ଆୟୋଜିତ।

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀର ୪୦ ଟି ଶକ୍ତି କେନ୍ଦ୍ର ସମେତ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ମାସିକିଆ ମନ କି ବାତ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନ ପରେ ଏହା ଏକ ବିଶ୍ଵ ରେକର୍ଡ ହେବ ବୋଲି ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା କହିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ କାର୍ଯ୍ୟକ୍ରମ “ମନ୍ କି ବାତ୍‌” ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଥିବା ବେଉ ପ୍ରତ୍ୟେକ ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଲୋକେ ଅପେକ୍ଷା ରହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଭଳି ଭାବେ ଦେଶର କୋଣ ଅନୁକୋଣରେ ରହିଥିବା ପ୍ରତିଭା ଓ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନିୟ ଅଟେ।
ମୋଦିଜୀଙ୍କ ମନ କି ବାତ ବିଶ୍ୱ ରେକର୍ଡ ସ୍ଥାପନା କରିବ । ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ମନ କି ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ, ତ୍ୟାଗ, ବଳିଦାନ ପାଇଁ ଖୋରାକ ଯୋଗାଇଛି । ଏହି “ମନ କି ବାତ୍‌”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ଉପଯୋଗୀ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ବ୍ରହ୍ମପୁର ଲୋକସଭା ବିସ୍ତାରକ ରାମଚନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ଟୁନା ଜେନା, ପିଣ୍ଟୁ ଜେନା, ପ୍ରଦୀପ ଶତପଥୀ, ଗୋଲାପ ଜେନା, ଏମ. ରଜେଶ୍ୱର ରାଓ, ଶିବାନନ୍ଦ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଚୌଧୁରୀ, ବସନ୍ତ ଜେନା,କିଶୋର ପାତ୍ର, ପ୍ରମୋଦ କୁମାର ପଣ୍ଡା, ରାଜି ପାତ୍ର, ଆକାଶ ପାତ୍ର, ପ୍ରମୋଦ ଜେନା ପ୍ରମୁଖ ଯୋଗଦାନ କରିଥିଲେ।