Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସିବ ସୁଭଦ୍ରା ଯୋଜନାରେ ଟଙ୍କା, ସାମଲ ହେବେ ବାଦ ପଡ଼ିଥିବା ଆବେଦନକାରୀ

ଭୁବନେଶ୍ବର: ଆଜି ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାରେ ଟଙ୍କା । ଯୋଜନାରୁ ବାଦ ପଡ଼ିଥିବା ଆବେଦନକାରୀଙ୍କୁ ଆଜି କରାଯିବ ସାମିଲ । ୨ ଲକ୍ଷ ୬୭ ହଜାର ବାଦ ପଡ଼ିଥିବା ଆବେଦନକୁ ଯାଞ୍ଚ କରାଯାଇଛି । ସେଥିରୁ ୨୨ ପ୍ରତିଶତ ହିତାଧିକାରୀ ଆଜି ସୁଭଦ୍ରା ଟଙ୍କା ପାଇବେ । ବିଭିନ୍ନ କାରଣ ପାଇଁ ଏମାନେ ବାଦ ପଡ଼ିଥିଲେ। ଯାଞ୍ଚ ପରେ ସେମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା ।
ସେହିପରି ୫ ଲକ୍ଷ ଆବେଦନ ମିସମ୍ୟାଚ ହୋଇଥିବାରୁ ସେମାନେ ଏଥର ସାମିଲ ହେବେ ନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ