Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ କୋଠା କୁ ଉଦ୍ଘାଟନ କଲେ କୁଳପତି।

ଗୋପାଳପୁର: ମାଣ୍ଡିଆପଲ୍ଲୀ ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ରେ ଆଜି ଅପରାହ୍ନ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର (ଓ ୟୁ ଏ ଟି ) କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମତ୍ସ୍ୟ ପାଳନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ କରି ରାଜ୍ୟରେ ନୀଳ ବିପ୍ଳବ ସମ୍ଭବ ହେଇ ପାରିବ ଏଵଂ ଅଗ୍ରଣୀ ଭୂମିକା କରିବାକୁ ଗସ୍ତରେ ଆସି ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରେ ୪ କୋଟି ବ୍ୟୟରେ ମତ୍ସ୍ୟ ପ୍ରକ୍ରିୟା କରଣ ତାଲିମ କେନ୍ଦ୍ର,ଓଡ଼ିଶା ସରକାର ୫ଟି ଅନ୍ତର୍ଭୁକ୍ତ ୧.୨୦ କୋଟି ବ୍ୟୟରେ ମତ୍ସ୍ୟ ପ୍ରକ୍ରିୟା କରଣ ପ୍ରୟୋଗ ଶାଳl, ଶୈବlଳ ଚାଷ ଓ ପଳଙ୍କlରିକ ମତ୍ସ୍ୟ କେନ୍ଦ୍ର, ୧୦ କୋଟି ବ୍ୟୟରେ ମା ଭୈରବୀ ଛାତ୍ରୀ ନିବାସ ଏବଂ କୃଷ୍ଣ ଚନ୍ଦ୍ର ଦେବ ଛାତ୍ରାବାସ ର ନବୀକରଣ ଆଦି ଉଦ୍ଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓ ୟୁ ଏ ଟି ଭୁବନେଶ୍ୱର ଗବେଷଣା ଅଧ୍ୟକ୍ଷ ପ୍ରଫେସର୍ ସଂଗ୍ରାମ ସ୍ବାଇଁ,ଓ ୟୁ ଏ ଟି ଭୁବନେଶ୍ୱର ଯୋଜନା ଓ ତଦାରଖ ନିର୍ଦ୍ଦେଶକ ପ୍ରଫେସର୍ ଦୟାନିଧି ମିଶ୍ର, ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ, ଡାଲି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡଃ ନିରଞ୍ଜନ ସେନାପତି, ଗଞ୍ଜାମ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ସସ୍ମିତା ମହାନ୍ତି ଓ ଡ଼ଃ ସୂତନୁ ଶତପଥୀ,ବହୁ ବୃତ୍ତି କୃଷି ବୈଶିକ କେନ୍ଦ୍ର ର ଅଧକ୍ଷ ଡ଼ଃ ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ କାର୍ଯ୍ୟକ୍ରମ ପରେ ଓ ୟୁ ଏ ଟି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଗବେଷକ ଓ ଗଵେଶିକା ଙ୍କ ସହ ସେମିନାର ହଲ ଠାରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଫେସର ବସନ୍ତ କୁମାର ଖୁଣ୍ଟିଆ,ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଡ଼ଃ ନିତ୍ୟାନନ୍ଦ ଦାସ, ଡ଼ଃ ସୁଶାନ୍ତ ପାତ୍ର, ଡ଼ଃ ଧରଣୀ ଚୌଧୁରୀ,ଡ଼ଃ ବୃନ୍ଦାବନ ସାହୁ, ଡ଼ଃ ମନୋଜ ତ୍ରିପାଠୀ,ଡ଼ଃ ସତ୍ୟ ଜିତ୍ ଭୁୟାଁ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଗବେଷକ ଗାବେଶିକା ଉପସ୍ଥିତ ଥିଲେ।