ଦାଦାବଟି ନଦେବାରୁ ଜେସିବି ଓ ରୋଲର ଭାଙ୍ଗିଲେ ଦୁର୍ବୃତ୍ତ


ଗଞ୍ଜାମ: ଠିକାଦାର ଦାଦାବଟି ନଦେବାରୁ ରାସ୍ତା କାମରେ ବ୍ୟବହୃତ ଜେସିବି ଓ ରୋଲର ଭାଙ୍ଗି ଲେ ଦୁର୍ବୃତ୍ତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ବଡ଼ମହୁରୀ ଓ ଚାମ୍ପେଇତପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି । ଏଥିରେ ଜେସିବି ଓ ରୋଲର ମଧ୍ୟ ବ୍ୟବହାର କରାଯାଉଛି । ତେବେ କିଛି ଯୁବକ ଆସି କାମ ବନ୍ଦ କରିବାକୁ କର୍ମଚାରୀଙ୍କୁ ଧମକ ଦେଇଥିଲେ । କାମ କରିବାକୁ ହେଲେ ଟଙ୍କା ଦେବାକୁ ଦାବି କରିଥିଲେ ।
ଠିକାଦର ଟଙ୍କା ନଦେବାରୁ ସେମାନେ ଜେସିବି ଓ ରୋଲର ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।