Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ବାଇକ ଚାଳକ ମୃତ ଅନ୍ୟ ଜଣେ ଗୁରୁତର

ଝାରସୁଗୁଡ଼ା ୨୪/୧୧ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ବାବୁଡେରା ଏଚପି ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଶନିବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ବାଇକ ଓ ସ୍ୱଞ୍ଜ ଆଇରନ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପଛପଟେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ ଚାଳକ ଜଣକ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଝୁଟମିଲ ଥାନା ଅନ୍ତର୍ଗତ ଝଲମଲା ଗାଁ ର ଭରତ ୟାଦବ (୩୪) ଏବଂ ତାଙ୍କ ବଡ଼ଭାଇ ନାରାୟଣ ୟାଦବ (୪୮) ଗୁରୁତର ଆହତ ହୋଇଥିବା କନକତୋରା ଫାଣ୍ଡି ଅଧିକାରୀ ରମେଶ କୁମାର ଭଇଁସାଲ ପ୍ରକାଶ କରିଛନ୍ତି ।
ପୁଲିସର ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଭରତ ଓ ତାଙ୍କ ବଡଭାଇ ନାରାୟଣ ସିଜି ୧୩ ଏୱାଇ ୦୧୯୫ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ତାଙ୍କ ସମ୍ପର୍କୀୟ ଘର ପଲସଦା ଗାଁକୁ ଯାଉଥିବା ବେଳେ କନକତୋରା ବାବୁଡେରା ଏଚପି ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଝାରସୁଗୁଡା ପଟୁ ରାୟଗଡ଼ ଅଭିମୁଖେ ଯାଉଥିବା (ସିଜି୧୩ଏଇ ୭୭୯୯ ) ସ୍ୱଞ୍ଜ ଆଇରନ ଟ୍ରକଟି ସେମାନଙ୍କୁ ଧକ୍କା ଦେବାରୁ ଭରତ ଟ୍ରକ ଚକତଳେ ପଡ଼ି ଯାଇଥିବା ବେଳେ ନାରାୟଣ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଭରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ନାରାୟଣ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡିକୁ ଜବତ କରାଯାଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ଭଇଁସାଲ ସୂଚନା ଦେଇଛନ୍ତି ।

More Stories