Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିନା ହେଲମେଟରେ ରିଲ୍ସ ପନାଇଲେ ଅଭିନେତ୍ରୀ, ଗାଡି ଜବତ କଲା ପୋଲିସ

ଭୁବନେଶ୍ବର: ବିନା ହେଲମେଟରେ ସ୍କୁଟି ଚଢ଼ି ରିଲ୍ସ ବନାଇବା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କୁ ପଡ଼ିଲା ମହଙ୍ଗା । ତାଙ୍କ ସ୍କୁଟିକୁ ଜବତ କରିଛି ପୋଲିସ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗାଡ଼ିକୁ ଜବତ କରାଯାଇଛି । 

ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ । ଏନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଅନେକ ଲୋକେ ସ୍ୱର ଉଠାଇଥିଲେ । ଏହାପରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ OD02-CU-4937 ନମ୍ବର ଗାଡ଼ିକୁ ଜବତ କରାଯାଇଛି ।

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବା ଫାଇନ ଆଦାୟ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ରାଜରାସ୍ତାରେ ରିଲ୍ସ କରୁଥିବା ବେଳେ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏହି ରିଲ୍ସଟି କେବେକାର ତାହା ଜଣାପଡ଼ିନାହିଁ ।